
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ୱାର୍ଡ ନଂ ୩ ଅନ୍ତର୍ଗତ ତାଲପାଲିପଡ଼ା ଠାରେ ବଡ଼ ଧୁମଧାମରେ ୧୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ଆନନ୍ଦ ବନ୍ଛୋର ଓ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚନା ବନ୍ଛୋର ବସିଥିବା ବେଳେ ପୂଜାରେ ମାଁଙ୍କ ଆଳତି ପ୍ରତିଦିନ ଏକ ନିଆରା ନିଆରା ଢଙ୍ଗରେ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ଆଳତି ସମୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ ବୋଲି ପୂଜା କମିଟିର ସଦସ୍ୟ ବଜରଙ୍ଗ ବନ୍ଛୋର ସୂଚନା ଦେଇଛନ୍ତି ।