ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହେଲେ ଗଜ ସାଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉଡ଼ାର ଗ୍ରାମ ପଂଚାୟତ ବୁବେଲଗୁମା ଗାଁରେ ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଗଜ ସାଥୀ ବୋଲି ଖବର ମିଳିଛି । ଗଜ ଆକ୍ରମଣର ଶିକାର ହୋଇଥିବା ଗଜ ସାଥୀ ଜଣକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବୁବେଲଗୁମା ଗାଁରେ ହାତୀ ୧୦ ଟିକିଆ ହାତୀପଲ ଆସିଥିବା ନେଇ ବନ ବିଭାଗକୁ ଖବର ଆସିଥିଲା । ଖରବ ପାଇ ଘଟଣାସ୍ଥଳକୁ ଯାଇ ହାତୀପଲଙ୍କୁ ଘଉଡ଼ାଇବା ଉଦ୍ୟମ କରୁଥିବା ବେଳେ ଗଜ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଯାଇଥିଲେ ଗଜ ସାଥୀ । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.