
ଲୋଇସିଂହା, (କେପିଏନ୍ଏସ୍) : ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ବଲାଙ୍ଗିର ସମ୍ବଲପୁର ଏନ୍ଏଚ୍ ୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ୨ ଜଣ ଯୁବକ ବିଧାୟକଙ୍କ ଗାଡି ଉପରକୁ ଢେଲା ମାଡି କରିଥିବା ବେଳେ ଏଥିରେ ଗାଡିରେ ଥିବା ବିଧାୟକଙ୍କ ପିଏସ୍ଓ ଓ ଡ୍ରାଇଭର ଆହତ ହୋଇଛନ୍ତି । ଉଭୟେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ବିଧାୟକ ମୁକେଶ ମହାଲିଙ୍ଗ ଗାଡି ପଛ ସିଟ୍ରେ ବସିଥିବାରୁ ସେ ସୁରକ୍ଷିତ ଥିବା ଜଣାପଡିଛି ।
