ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରିଛି ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟରାସ୍ତା ଶାସ୍ତ୍ରୀନଗରରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରିଛି ବଲାଙ୍ଗିର ପୋଲିସ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟରାସ୍ତା ଶାସ୍ତ୍ରୀନଗରରେ ଆଜି ପୂର୍ବାହ୍ଣରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ଜଣେ ବାଇକ୍‌ ଆରୋହୀଙ୍କୁ ଏକ ହାଇୱା ଗାଡ଼ି ଦଳି ଦେଇଥିବା ଦେଖିବାକୁ ମିଳିଛି । ତେବେ ମୃତ ବାଇକ୍‌ ଆରୋହୀଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତ ଯୁବକଙ୍କ ଶବ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ପଠାଇଛି ବଲାଙ୍ଗିର ଟାଉନ୍‌ ପୋଲିସ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ଥିବା ବେଳେ ଗାଡିକୁ ପୋଲସ ଜବତ କରିଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.