ଗଛରେ ପିଟି ହେଲା କ୍ଷୀର ଭ୍ୟାନ୍

ଢେଙ୍କାନାଳ : ଗଛରେ ପିଟି ହୋଇ କ୍ଷୀର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ସୁକିଆବାଉତି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ହିନ୍ଦୋଳରୁ ଆଠଗଡ଼ ଅଭିମୁଖେ ଯାଉଥିବା ଏକ ଘରୋଇ କ୍ଷୀର କମ୍ପାନୀର ଗୋଟିଏ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାମପଟ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ଧକ୍କା ହୋଇ ଗଛ ମଧ୍ୟରେ ଫଶି ରହିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗାଡ଼ିରୁ ୩ ଜଣଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ଖବର ପାଇ ହିନ୍ଦୋଳ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.