ମାୟାବର୍ହା ହାଇସ୍କୁଲଠାରେ “ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ “ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଅନ୍ତର୍ଗତ ବିନିକା ରେଞ୍ଜର ରେଞ୍ଜ ଅଫିସର ଡମ୍ବରୁଧର ପ୍ରଧାନ ମୁଖ୍ୟ ଅତିଥି ଓ ଫରେଷ୍ଟର ଜନ୍ମେଜୟ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି “ମା ପାଇଁ ଗଛ ଟିଏ”ର ଆବଶ୍ୟକତା ବିଷୟରେ ମତ ପ୍ରକାଶ କରିଥିଲେ । ସମସ୍ତ ଅତିଥିମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଗଛ ଲଗାଇଥଲେ ଓ ପରେ ଏକ ଶୋଭାଯାତ୍ରାରେ ବାହାରି ଖେଳ ପଡିଆକୁ ଯାଇ ସାମୁହିକ ଭାବେ ପ୍ରାୟ ୨୦୦ ଗୋଟି ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ମାୟାବର୍ହା କୃଷି ସମବାୟ ସମିତି ସଭାପତି ରାଧାକାନ୍ତ ଜୁଆଡି, ମା’ ତାରିଣୀ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଡାକ୍ତର ପୌରଭି କର୍ମୀ ଯୋଗଦାନ କରିଥିଲେ । ଶିକ୍ଷକ ମନୋଜ କୁମାର ପୂଜାରୀ, ସମ୍ପଦ ଖମାରୀ, ନନ୍ଦିଘୋଷ ବାରିକ, ରାଜୁ ମେହେର, ସ୍ନିଗ୍ଧା ପ୍ରଧାନ, ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଖେଳଶିକ୍ଷକ ଚିନ୍ମୟ କୁମାର ଦାସ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.