
କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ମଦନପୁର ଅଞ୍ଚଳରେ ଗୁରବାର ସନ୍ଧ୍ୟାରେ ମଦନପୁର ରଣାପଡା ଛକ ଠାରେ ପୁରୁଣା ଏକ ତେନ୍ତୁଲିଗଛ ଭାଙ୍ଗି ଯିବାରୁ ଅର୍ଜୁନ ସିଙ୍ଗଙ୍କ ଘର ସମୂର୍ଣ୍ଣ ଭାଙ୍ଗିଯାଇ ନଷ୍ଟ ହୋଇ ଯାଇଥିବା ବେଳେ, ମାର୍କେଟ କମ୍ପ୍ଲେକ୍ସ ଉପରେ ପଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ, ୩ ଗୋଟି ଦୋକାନ ଲମ୍ବୋଦର ବାରିକଙ୍କ ସେଲୁନ୍, ବିବେକାନନ୍ଦ ସାହୁଙ୍କ ଦୁଇଚକିଆଯାନ ମରାମତି ଓ ପ୍ରେୟାର ପାର୍ଟସ ଦୋକାନ ଓ ଓଡିଶା ଜୀବିକା ମିଶନର କୃଷି ସାଧନା କେନ୍ଦ୍ରର ବ୍ୟାପକ କ୍ଷତି ହୋଇ ଥିବା ଜଣାପଡ଼ିଛି । ମଦନପୁର ସରପଞ୍ଚ ରାଜେଶ ଧଙ୍ଗଡା ମାଝୀ ମ.ରାମପୁର ଓ କାର୍ଲମୁଣ୍ଡା ଦମକଳ ବାହିନୀଙ୍କୁ ଡାକିଲା ପରେ ଶୁକ୍ରବାର ଆଜି ସକାଳେ ଆସି ସନ୍ଧ୍ୟା ପର୍ୟନ୍ତ । ଗଛ କାଟି କିଛି ଅଂଶ ସଫା କରି ଥିଲେ । ଅଧା ଗଛ କମ୍ପ୍ଲେକ୍ସ ଉପରେ ରହି ଥିବାରୁ ଆସନ୍ତା କାଲି କଟିଲା ପରେ ସମୂର୍ଣ୍ଣ କ୍ଷୟକ୍ଷତି ଜଣା ପଡିବ ବୋଲି ସରପଞ୍ଚ କହିଛନ୍ତି, କୋଭିଡ ସମୟରେ ଦୋକାନ ଭାଙ୍ଗିଯାଇ ନଷ୍ଟ ହୋଇଯାଇଥିବାରୁ, ଦୋକାନ ଉପରେ ନିର୍ଭର କରୁଥିବା ପରିବାର ଏବେ ଚିନ୍ତାରେ । ରୋଜଗାର ନହେଲେ ଚଲିବେ କେମିତି । ପ୍ରଶାସନ ଶୀଘ୍ର କ୍ଷୟକ୍ଷତି ଆକଳନ କରି ଶୀଘ୍ର ଦୋକାନୀଙ୍କୁ କ୍ଷତିପୂରଣ ଓ ଅର୍ଜୁନ ସିଙ୍ଗକୁ ନୂତନଘର ଦେବା ସହ ନୂତନ କମ୍ପ୍ଲକ୍ସ ତିଆରୀ କରି ଦୋକାନୀଙ୍କୁ ଥଇଥାନକୁ ଦାବି ହେଉଛି । ଏ ବିଷୟରେ ମ.ରାମପୁର ତହସିଲଦାର ସାୟଦ ଇସାକା ମଦିନାଙ୍କୁ ପଚାରିବାରୁ ସମ୍ପୂର୍ଣ ଗଛକାଟି ସଫା କଲାପରେ କ୍ଷୟକ୍ଷତି ଆକଳନ କରି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।