ବିବିନା ପେଟ୍ରୋଲ ପମ୍ପ ନିକଟରେ ଗଛକୁ ପିଟିଲା ଟ୍ରକ : ଗୁରୁତର ଅବସ୍ଥାରେ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନିକଟ ବିବିନା ପେଟ୍ରୋଲ ପମ୍ପଠାରେ ଗଛକୁ ପିଟିଲା ଟ୍ରକ । ସୂଚନା ମତେ ଟ୍ରକ ଗାଡିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଥିଲେ । ଅଗ୍ନିସମ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥାନରେ ପହଁଚି ଡ୍ରାଇଭରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଡ୍ରାଇଭରର ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.