ଗଛକୁ ପିଟିଲା ବାଇକ : ୧ମୃତ, ୧ଗୁରୁତର

ବୈପାରୀଗୁଡା : ଗଛକୁ ପିଟିଲା ବାଇକ । ଗଛରେ ପିଟିହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଏଭଳି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଛକରେ ଘଟିଛି । ମୃତ ବ୍ୟକ୍ତି ମୂଷା ପଦର ଗ୍ରାମର ସମରା ଖରାଙ୍କ ପୁଅ ଘାସି ଖରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଘାସି ଏବଂ ତାଙ୍କ ସାଥି ରମେଶ ଖରା ବାଇକ ଯୋଗେ ରାମଗିରି ପଂଚାୟତର କାଣ୍ଡିକିଗୁଡା ଯାଇ ବିଳମ୍ବିତ ରାତିରେ ନିଜ ଘର ମୂଷା ପଦର ଫେରୁଥିଲେ । ହେଲେ ଫେରିବା ବେଳେ ବାଲିଗାଁ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ହିିଁ ଘାସିଙ୍କ ମୃତ୍ୟୁ ହୋଇଥିଲା । ହେଲେ ସାଙ୍ଗରେ ଥିବା ରମେଶ ଗୁରୁତର ଥିବା ଜଣାପଡିଛି । ବୁଧବାର ସକାଳେ ଖବର ପାଇଁ ଘଟଣା ସ୍ଥଳରେ ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକକା ପହଂଚି ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.