oom

ମାୟାବର୍ହାରେ ବନମହୋତ୍ସବ ପାଳିତ : ଗଛ ଆମର ମାଆ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ କ୍ରମେ ବନମହୋତ୍ସବ ଅବସରରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ତଥା ସମସ୍ତ କର୍ମଚାରୀ ଏକ ସଚେତନ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟ ଖେଳ ପଡିଆକୁ ଯାଇ ଛାତ୍ର ଛାତ୍ରୀମାନେ ବିଭିନ୍ନ ଗଛ ଲଗାଇଥିଲେ ଓ ତାହାର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଗଛ ଆମର ମାଆ ଓ ଏହାର ରକ୍ଷଣାବେକ୍ଷଣ ଆମର ଦାୟିତ୍ୱ ବୋଲି ମତ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ର ଛାତ୍ରୀମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ଧାରଣା ପ୍ରଦାନ କରିଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ନନ୍ଦିଘୋଷ ବାରିକ, କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.