୨୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ : ନଷ୍ଟ ହେଲା ହଜାର ହଜାର ଗଛ

ଆଗଲପୁର, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ବରପାଲିଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଶସ୍ତିକରଣ ପାଇଁ ବଳି ପଡୁଛି ହଜାର ହଜାର ଗଛ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ସରକାର ଗଛ ଲଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ପୁଣି ଗଛ କାଟିବାକୁ ସେହି ପରିମାଣରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥି ଯୋଗୁଁ ସର୍ବସାଧାରଣଙ୍କ ଅର୍ଥ ଶ୍ରାଦ୍ଧ ହେଉଛି । ସର୍ବସାଧାରଣଙ୍କ ଅନୁରୋଧ ପରିବେଶର ଭାରସାମ୍ୟ ରକ୍ଷା ପାଇଁ ପୁଣି ନୂତନ ଚାରା ରୋପଣ କରାଯାଉ ।

Leave A Reply

Your email address will not be published.