ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ରଙ୍କ କୃତିତ୍ୱ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜର୍‌ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସପ୍ସସ୍ଥାନ (ନାଇଜର)ରେ ଅଧ୍ୟୟନରତ ବରଗଡ଼ର ଛାତ୍ର ସନ୍ତୋଷ ସୌରଭ ସାହୁ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାଇଜର୍ ଓ ବରଗଡ଼ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ତାଙ୍କୁ ପରମାଣୁ ଶକ୍ତି ବିଭାଗ ତରଫରୁ ଦଶ ହଜାର ଟଙ୍କା ପୁରସ୍କାର ସ୍ଵରୂପ ପ୍ରଦାନ କରାଯିବ । ତାଙ୍କର ଉକ୍ତ ସଫଳତା ପାଇଁ ନାଇଜରର କୁଳପତି ଡକ୍ଟର ଅଭୟ କୁମାର ନାୟକ, ନିର୍ଦ୍ଦେଶକ ଡକ୍ଟର ସୁଧାକର ପଣ୍ଡା, ଡିନ୍ ଡକ୍ଟର ପ୍ରଣୟ ସ୍ଵାଇଁ ଓ ମାର୍ଗ ଦର୍ଶକ ଡକ୍ଟର ଶୁଭଙ୍କର ବେଦାନ୍ତ ତଥା ଅନ୍ୟ ଅଧ୍ୟାପକ ବୃନ୍ଦ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀମାନ ସାହୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମାଣ ପତ୍ର ସହ କେତେକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁବାର ପୁରସ୍କୃତ ହୋଇଛନ୍ତି । ଶ୍ରୀମାନ ସାହୁ ବରଗଡ଼ର ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଓ ଜର୍ଜ ହାଇସ୍କୁଲର ଶିକ୍ଷୟିତ୍ରୀ ବୀଣାପାଣି ସାହୁଙ୍କ ଏକମାତ୍ର ପୁତ୍ର ଅଟନ୍ତି ।

Leave A Reply

Your email address will not be published.