
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତବର୍ଷ ରାମନବମୀ ଅବସରରେ ଉଦ୍ଘାଟିତ ହୋଇଥିବା ତହଁକ୍ କୁଟୁମ୍ର ଭିନ୍ନ କାର୍ୟ୍ୟକ୍ରମ “ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍’ ତହଁକ୍ ପୁହୁଁଚିଲା ଘର୍ କେ ଘର୍”କୁ ଗୋଟିଏ ବର୍ଷ ପୁରିଯାଇଛି । ଆଜି ଏହି ଅବସରରେ ଆଉ ଏକ ପଦକ୍ଷେପ ନେଇଛି ଅନୁଷ୍ଠାନ । ବିଭିନ୍ନ ଗ୍ରାମରେ ରାମନବମୀ ଅବସରରେ ପାଳିତ ହେଉଛି ରାମଲୀଳା ନାଟକ । ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ନାଟକ । ଡିଜିଟାଲ ଦୁନିଆଁରେ ମଧ୍ୟ ଏହି ନାଟକର ଚାହିଦା କମି ନାହିଁ । ଲୋକଙ୍କ ହୃଦୟରେ ଏବେ ମଧ୍ୟ ବସା ବାନ୍ଧିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗାଁକୁ ଯାଇ ସେହି ଗ୍ରାମକୁ “ଗାଁ କଲା ସମ୍ମାନ”ରେ ସମ୍ମାନିତ କରି ବେଶ୍ ପ୍ରଂଶସା ସାଉଁଟିଛି ତହଁକ୍ କୁଟୁମ୍ । ଏ ବର୍ଷ ବଲାଙ୍ଗିର ଜିଲ୍ଲାର ତିନୋଟି ଗ୍ରାମ ଯଥା ଦେଉଲଗାଁ, ମୁଦଲସର ଏବଂ ରେଙ୍ଗାଲି ଗ୍ରାମକୁ ସମ୍ମାନିତ କରାଯାଇଛି । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ବିଭିନ୍ନ କଳାକାରୀ ଗ୍ରାମ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ରାଜେଶ ଦଣ୍ଡସେନା କହିଛନ୍ତି । ଏହି ଅବସରରେ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ପ୍ରଭୁ ଶ୍ରୀରାମଙ୍କ ଉପରେ ବିସ୍ତୃତ ଆଲୋଚନା କରି କୋଶଲି ଭାଷାର ଗୀତ ମାଧ୍ୟମରେ ରାମଳୀଳା ନାଟକ ପରିବେଷଣ ଗୀତ ଶୁଣାଇବା ସହ ନିଜର ମାତୃଭାଷାରେ ନାଟକ କରିପାରିଲେ ଆହୁରି ବୋଧଗମ୍ୟ ହୋଇ ପାରିବ ବୋଲି କହିଥିଲେ । କୋଶଲ ହେଉଛି ପ୍ରଭୁ ଶ୍ରୀରାମଙ୍କ ମାମୁଁ ଘର ତେଣୁ ଆମ ସମସ୍ତଙ୍କୁ କୋଶଲ ମାଟିକୁ କୋଶଲୀ ଭାଷା ଦ୍ୱାରା ତାକୁ ପ୍ରଚାର ପ୍ରସାର କରିବା ସହ ନିଜ ମାତୃଭାଷାକୁ ଉଦ୍ଧାର କରିବା ପାଇଁ ସମସ୍ତେ ଏକଜୁଟ ହେବାର ସମୟ ଆସିଛି ବୋଲି ରାଜେଶ ଦଣ୍ଡସେନା କହିଥିଲେ ମତବ୍ୟକ୍ତ କରିଥିଲେ । ରାଜେଶ ଶର୍ମା, ଦିଲ୍ଲୀପ କୁମାର ମିଶ୍ର, ମିଲନ ପଣ୍ଡା ଏବଂ ଗିରୀଶ ପାତ୍ର ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।