jayashree

ଆଜିଠୁ ଭୁବନେଶ୍ୱରରେ G20 ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି G20ର ଦ୍ବିତୀୟ ସାଂସ୍କୃତିକ କାର୍ଯ୍ୟକାରିଣୀ ବୈଠକ । ଏଥିରେ ବିଭିନ୍ନ ଦେଶର ୭୦ ଜଣ ପ୍ରତିନିଧି ଯୋଗଦେବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୧୫ ପ୍ଲାଟୁନ ଫୋର୍ସ ସହ ୧୭୦ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ଵରେ ରହିବେ । G20 ସଦସ୍ୟ ମାନେ ରାଜ୍ୟର ଐତିହ୍ୟ ସମ୍ପନ୍ନ ସ୍ଥାନ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କ୍ଷେତ୍ର ପରିଦର୍ଶନ କରିବେ । ଆଜିଠାରୁ ୧୭ ତାରିଖ ଯାଏଁ ବୈଠକ ଚାଲିବ । ସୋମବାର ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ମଞ୍ଚ ଯୋଗାଇ ଦେବ ।

Leave A Reply

Your email address will not be published.