centurian jitm

ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଫନ ଫେଷ୍ଟା ଉଦ୍‌ଯାପିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେ କୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସହରର ବିଶଷ୍ଟ ସମାଜସେବୀ ଓ ଶୈକ୍ଷିକ ତାଲିମ ପ୍ରଶିକ୍ଷକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି ଛାତ୍ରଛାତ୍ରୀଙ୍କୁ ନିଜ ଓଜସ୍ୱୀ ଭାଷଣ ଦ୍ୱାରା ଉତ୍ସାହିତ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଚ୍ୟାରମେନ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଉତ୍ସବରେ ଅନୁଷ୍ଠାନର ନିର୍ଦେଶକ ଅରୁଣ ମିଶ୍ର ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ କର୍ମ ପନ୍ଥା ନିର୍ଦ୍ଧାରଣ ପାଇଁ ଉଦ୍ୟମୀ ଓ ପରିଶ୍ରମୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରୀତମ କୁମାର ବିଶ୍ୱାଳ ମାଷ୍ଟ୍ରର ଡି.ପି.ଏସ ଏବଂ ସିଦ୍ଧି ପଟେଲ ମିସ ଡି.ପି.ଏସ୍‌ ଭାବରେ ପୁରସ୍କୃତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକମ ଚିତ୍ତାକର୍ଷକ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏଇ କ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ସମାପିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକାମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରସଂଶାର ସୁଅ ଛୁଟୁଛି ।

Leave A Reply

Your email address will not be published.