ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଇଲେକ୍ଟ୍ରୋନିକ୍ସ ଜିନିଷର ଚାହିଦା ବଢ଼ିବାରେ ଲାଗିଛି । ସେ ଟିଭି ହେଉ କି ଫ୍ରିଜ ହେଉ କି ଏସି ହେଉ, ଏଥିପାଇଁ ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କମ୍ପାନୀ ବହୁତ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡନ୍ତି । ଆଜିର ଆଧୁନିକ ଯୁଗରେ ଲୋକ ମଧ୍ୟ ଜିନିଷର ଦରକୁ ନ ଦେଖି ଯେଉଁ କମ୍ପାନୀ ଭଲ ସୁବିଧା ତଥା ଶୀଘ୍ର ସୁବିଧା ଯୋଗାଇ ଦେବେ ସେହି କମ୍ପାନୀର ସାମଗ୍ରୀ କ୍ରୟ କରିଥାନ୍ତି । ତାହାଠୁ ବଡ଼ ଜିନିଷ ହେଲା ଜିନିଷ ବିକ୍ରି କରୁଥିବା ସ୍ଥାନୀୟ ଡିଲରଙ୍କ ଉପରେ ଥିବା ଭରସା ଅନ୍ୟତମ । ସେମାନଙ୍କ ମୁହଁ ଦେଖି ତାଙ୍କର ପ୍ରତିଶୃତି ଅନୁଯାୟୀ ଲୋକ ଜିନିଷ କିଣି ଥାଆନ୍ତି । ସେହି ପ୍ରତିଶ୍ରୁତି ବଳରେ ତଥା ଯଦି କିଛି ଅସୁବିଧା ହୁଏ ପ୍ରଥମେ କିପରି ସେବା ଯୋଗାଇବେ ସେ ନେଇ ଦୋକାନୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଲୋକ ଜିନିଷ କ୍ରୟ କରି ନିଅନ୍ତି । ଆଜିର ଏହି ଯୁଗରେ ସାମଗ୍ରୀ ବିକ୍ରି କରିବା ନେଇ ବିଭିନ୍ନ କମ୍ପାନୀ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହୁଥିବା ବେଳେ ଗ୍ରାହକଙ୍କୁ ବିଭିନ୍ନ ମନ ଲୋଭାଣିଆ ଅଫର ସହ ଅତି ଶୀଘ୍ର ସେବା ପ୍ରଦାନ ଯୋଗାଇବା ଆଶାରେ ଲୋକ ନିର୍ଭୟରେ ଜିନିଷ କିଣି ଏବେ ଗ୍ରାହକ ହଟ ହଟା ।
ଟିଟିଲାଗଡ଼ ହରି ଓମ୍ ଇଣ୍ଟରପ୍ରାଇଜେସ୍ଠାରୁ ଗତ ୨୦ ଫେବୃଆରୀ ୨୦୨୦ରେ ଜଣେ ଗ୍ରାହକ ଡବଲ ଡୋର ଫ୍ରିଜ କିଣିଥିଲେ । ଗତ ଏପ୍ରିଲ ଆଠ ତାରିଖ ଦିନ ଫ୍ରିଜ ଆଉ ଚାଲିଲା ନାହିଁ, ଦୋକାନୀଙ୍କୁ କହିବା ପରେ ସେ କମ୍ପାନୀକୁ ଜଣାଇଥିଲେ, ୧୨ ତାରିଖ ଦିନ କମ୍ପାନୀ ପିଲା ଆସି ଡୋର ଭିଜିଟ କରି ଫ୍ରିଜର ସମସ୍ୟା ଦେଖି ଡୋର ବାବଦକୁ ୪୫୦ ଟଙ୍କା ନେଇକି ଗଲେ, ୧୮ ତାରିଖ ଦିନ ଫ୍ରିଜର ପାର୍ଟସ ଚେଞ୍ଜ କରି ସଜାଡ଼ିଲେ ତା’ ବାବଦକୁ ୬୨୦୦ ଟଙ୍କା ମଧ୍ୟ ଗ୍ରାହକ ଦେଲେ । ଫ୍ରିଜ୍ ଦୁଇ ଦିନ ଚାଲିବା ପରେ ଅର୍ଥାତ ୨୧ ତାରିଖରେ ପୁଣି ଖରାପ ହେଲା । ଗ୍ରାହକ ପୁଣି ଅଭିଯୋଗ କଲେ ଦୋକାନୀଙ୍କୁ, ଅଭିଯୋଗ କରିବାର ୩ ଦିନ ପରେ ୨୪ ତାରିଖ ଦିନ ପୁଣି କମ୍ପାନୀର ଲୋକ ଆସି ଫ୍ରିଜ ଦେଖି ପାର୍ଟସ ଖୋଲି ନେଲେ । ଗ୍ରାହକ କିଛି ଦିନ ଅପେକ୍ଷା କଲା ପରେ ଆଜିକୁ ୧୫ ଦିନରୁ ଅଧିକ ବିତି ଯାଇଥିଲେ ହେଁ ଗ୍ରାହକ ସେହି କମ୍ପାନୀ ମେକାନିକକୁ ଫୋନ କଲେ ବି ଉଠାଉ ନଥିବା ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ଏତେ ବଡ଼ ବ୍ରାଣ୍ଡେଡ କମ୍ପାନୀ ଭୋଲଟାସ ଯଦି ଗ୍ରାହକଙ୍କୁ ସେବା ଦେବାରେ ବିଫଳ ରହୁଛି ତା’ହେଲେ ଲୋକ ଏହି କମ୍ପାନୀ ତଥା ଦୋକାନୀଙ୍କ ଉପରେ କେଉଁ ଭରସା ରଖି ଏହି କମ୍ପାନୀର ସାମଗ୍ରୀ କିଣିବେ ? ସେଥିରେ ଟିଟିଲାଗଡ ସହର ଗରମ ରାଜ୍ୟ ଭାବେ ଦେଶ ପ୍ରସିଦ୍ଧ । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ, ପନିପରିବା, ଫଳ ମୂଳ, ଔଷଧ ଭଳି ଜିନିଷ ରଖିବା ପାଇଁ ଫ୍ରିଜ୍ କିଣି ଥାଆନ୍ତି, ଯଦି ଖରା ଦିନେ ଲୋକଙ୍କୁ ସେବା ନ ଦେଇ ୧୫ରୁ ଅଧିକ ଦିନ ହୋଇଯାଉଛି ତାହେଲେ ଏହି Voltas କମ୍ପାନୀର ଫ୍ରିଜ କିଣି ଆମେ ହଟହଟା ହେଲୁ ବୋଲି ଫ୍ରିଜ କିଣିଥିବା ଗ୍ରାହକ ଆମ ପ୍ରତିନିଧିଙ୍କ ଆଗରେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି । ଦ୍ୱିତୀୟତଃ ଯେଉଁ ଦୋକାନୀ ନିଜ ଗ୍ରାହକଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛି କି ଦୋକାନୀଙ୍କ କଥାକୁ କମ୍ପାନୀ ଗୁରୁତ୍ବ ନ ଦେଉଛି ତା’ହେଲେ ଦୋକାନୀର ଆଉ କ’ଣ ମର୍ୟ୍ୟାଦା ରହିଲା ବୋଲି ଗ୍ରାହକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାହକଙ୍କ ସମସ୍ୟାର ସମାଧାନ କିପରି ଅତି ଶୀଘ୍ର କରାଯିବ ସେ ନେଇ ଗ୍ରାହକଙ୍କ ମହଲରେ ଦାବୀ ହେଉଛି ।