oom

ଅମୃତ ମହୋତ୍ସବ ପାଇଁ ନେହେରୁ ଯୁବକ କେନ୍ଦ୍ରର ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ଆଜି କେନ୍ଦ୍ର ଖେଳ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ବରଗଡ଼ ସ୍ଥିତ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ ଆୟୋଜିତ ହୋଇଯାଇଛି । ଏହି ଦୌଡକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ଭାରତ ସମୃଦ୍ଧ ଭାରତ ଗଠନରେ ଯୁବକମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ନିଜେ ସୁସ୍ଥ ରହିଲେ ସମାଜ ଓ ଦେଶର ଉନ୍ନତି ହେବ ବୋଲି କହିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ଯୋଗଦେଇ ଜୀବନରେ ନେତୃତ୍ୱର ବିକାଶ ସଂପର୍କରେ ମତପ୍ରକାଶ କରିଥିଲେ । ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର କାନ୍ତି ମିଶ୍ର, ନେହେରୁ ଯୁବକ କେନ୍ଦ୍ରର କ୍ରୀଡା ଅଧିକାରୀ ରୋସନ ଟଣ୍ଡନ, ଆନ୍ତର୍ଜାତିକ ପର୍ବତାରୋହୀ ସୁଶ୍ରୀ ଲିପିକା ସେଠ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ନେହେରୁ ଯୁବକ କେନ୍ଦ୍ରର ସଂଯୋଜକ ତ୍ରିଲୋଚନ ଶତପଥୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରୀମାନଙ୍କ ସମେତ ଜିଲ୍ଲାର ୧୨ଟି ବ୍ଲକରୁ ଯୁବକ, ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.