jayashree

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ୍ ଅଫ୍ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ୍ ଅଫ୍ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଟ୍ରାକ୍ଟ କ୍ଲବ୍‌ର ଅଧ୍ୟକ୍ଷା ତଥା ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ବରାଳଙ୍କ ଅଧ୍ୟକ୍ଷତା ଓ ଉପଦେଷ୍ଟା ଅଧ୍ୟାପିକା ଉଷାରାଣୀ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ହସ୍ପିଟାଲର ଦନ୍ତ ଚିକିତ୍ସକ ଡାଃ. ଆଦ୍ୟାଶା ମହାନ୍ତି, ବ୍ଲୁ ଡେଣ୍ଟାଲ ସର୍ଭିସର ଡାଃ. ସାମର୍ଥ ମିଶ୍ର, ରୁଙ୍ଗଟା ଡେଣ୍ଟାଲ କଲେଜର ଡାଃ. ଆନନ୍ଦିତା ଦତ୍ତ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଖପାଖ ଅଞ୍ଚଳର ଶତାଧିକ ବ୍ୟକ୍ତିଙ୍କ ନିଃଶୁଳ୍କ ଦାନ୍ତ ଚିକିତ୍ସା ସହ ଆବଶ୍ୟକୀୟ ଉପଦେଶ ଓ ଔଷଧ ବିତରଣ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଚନ୍ଦ୍ରିକା ପଟ୍ଟନାୟକ, ଅଧ୍ୟାପକ କୈଳାଶ ଛୋଟରାୟ, ଅଧ୍ୟାପିକା ପ୍ରତିଭା କୁଜୁର, ହୃଷିକେଶ ସାହୁ, ରୋଟାରୀଆନ ନିବେଦିତା ମହାନ୍ତି ପ୍ରମୁଖ ରୋଟାରୀ କ୍ଲବର ଆଭିମୁଖ୍ୟ ଓ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଲବ୍‌ର ସଭାପତି ବଦ୍ରିନାରାୟଣ ସାହୁ, ଉପସଭାପତି ରୋହିତ କୁମାର ପ୍ରଜାପତି, ସମ୍ପାଦକ ହରେକୃଷ୍ଣ ଠାକୁର, ସୁଜିତ ଛୋଟରାୟ, ପୂଜା ରାଣୀ ସାହୁ, ଅମିତ ଏକ୍କା, ତନ୍ମୟ ବିନ୍ଧାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସେକ୍ଟର ୨୦ ସ୍ଥିତ ଆଜାଦ୍ ବସ୍ତି ଠାରେ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଛତୁ ଚାଷ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସ୍ୱଳ୍ପ ଖର୍ଚ୍ଚରେ କିପରି ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିବ ତଥା ଏହି ଚାଷର ପ୍ରଣାଳୀ ସମ୍ପର୍କରେ ଶିକ୍ଷାଦାନ କରିଥିଲେ । ଏଥିରେ ପ୍ରାୟ ୩୦ ଜଣ ଯୋଗଦେଇ ଏହାକୁ ଆଗ୍ରହ ସହକାରେ ଶିକ୍ଷା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରୋଟାରୀଆନ ପିଉ ଗୁହା, ସମ୍ପାଦିକା ଡ଼ଃ ସରିତା ମଲ୍ଲ, ରୋଟାରୀଆନ ଲଳିତା ମୁଦାଲି, ରୋଟାରୀଆନ ସନ୍ଧ୍ୟା ରାଣୀ ବରାଳ, ରୋଟାରୀଆନ ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.