
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ ଟିକା ପଂଚାୟତ ବଡ ଟିକା ଠାରେ ଆୟୋଜିତ ବଡ ଟିକା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ଖେଳରେ ବିଏଫ୍ସି କୁଚିଣ୍ଡା ଦଳ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ଦଳକୁ ୪ – ୦ଗୋଲରେ ପରାଜିତ କରି ପ୍ରଥମ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଛି । ଉକ୍ତ ମ୍ୟାଚରେ ଆଗଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମୋହନ ପଟେଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ନନ୍ନୀତ ଅତିଥିଭାବେ ଝରଣିପାଲୀ ସରପଂଚ ସୁନିତା ସାହୁ, ବଡ ଟିକା ସରପଂଚ ଉଦୟନାଥ ନାୟକ, ପୂର୍ବ ତନ ସରପଂଚ ଅଶୋକ ପଟେଲ, କଲାରସିଂ ବାଗ, ଝରଣିପାଲୀ ପୂର୍ବ ତନ ସରପଂଚ ସୁଜିତ ସାହୁ, ସ୍ୱୋଚ୍ଛାସେବୀ ସାଧୁ ମେହେର, ପ୍ରମୁଖ ଯୋଗଦେଇଥିଲେ । ବିଏଫ୍ସି କୁଚିଣ୍ଡା ଦଳ ଖେଳାଳୀ ବିନ କିଷାନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ସୂଚନାରୁ ପ୍ରକାଶ । ମ୍ୟାଚ କମିଶନର ସୁଦୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବାଶିଷ ବାଗ, ସୁଧାଂଶୁ ଶେଖର ସେଠ, ସଞିବ ମହାରଣା, ଖେଳ ପରିଚାଳନା କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପସଭାପତି ଗୋପାଳ ବିଶ୍ୱାଲ, ସଂପାଦକ ଅନିରୁଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ୱାଲ, କୋଷାଧ୍ୟକ୍ଷ ରାଜୁ ପଧାନ, ସଂଯୋଜକ ପ୍ରଶନ୍ନ କୁମାର ସାହୁ, ଆଦି କମିଟିର ସମସ୍ତ ସଭ୍ୟମାନେ ତଥା ବଡଟିକା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଗୁରୁବାର ମ୍ୟାଚ ବରଗଡ ୟୁନାଇଟେଡ ଓ ଜରାସିଂହା ଏଫସି ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ଠାରୁ ସୂଚନା ମିଳିଛି ।