ଆଜିଠୁ ମାଟ୍ରିକ୍‌ ଏସ୍‌ଏ-୨ ଫର୍ମ ପୂରଣ

କଟକ : ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ଲାଗି ଫର୍ମ ପୂରଣ । ମାଟ୍ରିକ୍‌ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ଲାଗି ଫେବ୍ରୁଆରୀ ୩ରୁ ଆସନ୍ତା ୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଫର୍ମ ପୂରଣ ଲାଗି ପରୀକ୍ଷାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଫି’ ଛାଡ଼ କରାଯାଇଛି ବୋଲି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.