ହୃଦ୍‌ଘାତରେ ଫେରଷ୍ଟ ଗାର୍ଡ ସଜିତ୍‌ଙ୍କ ମୃତ୍ୟୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ି ଗୋରା ଗ୍ରାମର ଯୁବ ଫେରଷ୍ଟ ଗାର୍ଡ ସଜିତ୍ ଝାଂକର ଗତକାଲି ଅପରାହ୍ନ ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଖଜୁରୀପଡା ସେକସନ ଝାଙ୍କରପଡା ବିଟ୍‌ରେ କାର୍ୟ୍ୟରତ ଥିଲେ । ତାଙ୍କୁ ପରିବାର ଲୋକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏ ସମ୍ପର୍କରେ ପରିବାର  ଲୋକ ମନମୁଣ୍ଡା ଥାନାରେ ଲିଖିତ ସୂଚନା ଦେବା ପରେ ମନମୁଣ୍ଡା ପୋଲିସ୍ ବାଉଁଶୁଣୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଶବକୁ ଆଣି ଆଜି ବ୍ୟବଚ୍ଛେଦ କରାଇବା ପରେ ଅପରାହ୍ନରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ସଜିତ୍ ଜଣେ ମିଷ୍ଟ ଭାଷୀ ଓ ମେଳାପୀ ଯୁବକ ଥିବାରୁ ତାଂକର ଆକସ୍ମିକ ବିୟୋଗରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.