୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ମନିଗାଁ ଓ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ଯୁଗିରଥା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ମନିଗାଁ ଦଳ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ଗନ୍ଧରାବନ୍ଧ ପଞ୍ଚାୟତର ସରପଞ୍ଚ ରୁଷଭ ପୁଟେଲ, କପିଲାଭଟା ପଞ୍ଚାୟତର ସମିତି ସଭ୍ୟଙ୍କ ପ୍ରତିନିଧି ଜଗଦୀଶ ଭୋଇ, ବରତୁଣ୍ଡା ଗାଁର ସଂକୀର୍ତ୍ତନ ବାହାକ ମିନିକେତନ ଭୋଇ, ସମାଜସେବୀ ରୋହିତ ପୁଟେଲ, ଅବସରପ୍ରାପ୍ତ ସର୍ବେକ୍ଷଣ ଯନ୍ତ୍ରୀ ଦେବେନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ଵିତୀୟ ରାଉଣ୍ଡରେ ବଙ୍ଗୋମୁଣ୍ଡା ଓ ପତ୍ରାପାଲି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡ ଅତିଥି ଭାବେ ବଙ୍ଗୋମୁଣ୍ଡା ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ, ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ସଭାପତି ଚକ୍ର ଯାନୀ, ସମ୍ପାଦକ ମନୋରଞ୍ଜନ ଭୋଇ, ଝଲପ ପଞ୍ଚାୟତ ସମିତି ସଭ୍ୟ ସୁଦାମ ଚରଣ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହ ଯୋଗ କରିଥିଲେ । ଧନୁ ବାଗ ଓ ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.