ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ବିଶ୍ୱନାଥ ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼. ନାରାୟଣ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ମ୍ୟାଚ୍ ମନିଗାଁ ଦଳ ଓ ଝରବାହାଲି ଦଳ ମଧ୍ୟରେ ହୋଇଥିବା ବେଳେ ମନିଗାଦଳକୁ ପରାସ୍ତ କରି ଝରବାହାଲି ଦଳ ବିଜୟୀ ହୋଇଥିଲା । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ସହସମ୍ପାଦକ ମୋହନ ନେଉରା, ସଂଗଠକ ନେତ୍ରମଣି ଭୋଇ, ଡୋଳାମଣି ଦାସ, ତ୍ରିନାଥ ଭୋଇ, ସୁଧାଂଶୁ ଭୋଇ, ସହିଦ ମହମ୍ମଦ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୩ ତାରିଖ ଦିନ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।