oom

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଭେଟ୍ରାନ ଖେଳରେ ରୁରାଲ ଷ୍ଟାର ଚାମ୍ପିଆନ ଓ ୟୁଥ ଖେଳରେ ଗଇଁନ୍ତଲା ଚାମ୍ପିଆନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଭେଟ୍ରାନ ଫାଇନାଲ ଖେଳରେ ରୁରାଲ ଷ୍ଟାର ସଦାଇପାଲି ୪-୦ ଗୋଲରେ ବ୍ଳୁ ଷ୍ଟାରକୁ ହରାଇ ଚାମ୍ପିଆନ ହୋଇଛି । ବିଜୟୀ ଦଳ ତରଫରୁ ରାମ କିଶୋର ଅଦାବରିଆ ୨ ଗୋଟି ଗୋଲ ଦେଇଥିବା ବେଳେ ସୁଧାଶୁଂ ସେଠ୍‌ ଓ ନିସାରକାନ୍ତ ନାଗ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପ୍ରଥମ ଖେଳର ମୁଖ୍ୟ ଅତିଥି ଭାବେ ବିଜେଡି ନେତା ଡା. ବାସୁଦେବ ପତି ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ପ୍ରଫୁଲ୍ଲ ବଗର୍ତ୍ତୀ, ସୁଶାନ୍ତ ନାଗ, ଦେବାଶିଷ ବାଗ ଓ ଜିତୁ ଦଳାଇ ପରିଚାଳନା କରିଥିଲେ । ସେହିପରି ୟୁଥ ଫାଇନାଲ ଖେଳରେ ସମଲେଶ୍ୱରୀ ଗଇଁନ୍ତଲା ଦଳ ୨-୧ ଗୋଲରେ ଖଲିଆପାଲି ଜଗନ୍ନାଥ ସ୍ପୋଟିଂ ଦଳକୁ ହରାଇ ଚାମ୍ପିଆନ ହୋଇଛି । ମୁଖ୍ୟ ଅତିଥି ଭାବେ ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓ ପଡିଆ ମଧ୍ୟକୁ ଯାଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ ପୁର୍ବକ ଉତ୍ସାହିତ କରିଥିଲେ । ପେଟ୍ରନ ଅମନ ନାଗଙ୍କ ଆବାହକତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କମିଟି ସଭାପତି ପ୍ରଭାତ ଦାସ ସଭାପତିତ୍ୱ କରିଥିଲେ । ଭେଟ୍ରାନ ଚାମ୍ପିଆନ ରୁରାଲ ଷ୍ଟାର ଦଳକୁ ଟ୍ରଫି ସହ ନଗଦ ୬ ହଜାର ଟଙ୍କା, ଉପବିଜେତା ବ୍ଳୁଷ୍ଟାର ଦଳକୁ ଟ୍ରଫିସହ ନଗଦ ୪ ହଜାର ଟଙ୍କା, ୟୁଥ ଚାମ୍ପିଆନ ଗଇଁନ୍ତଲା ଦଳକୁ ଟ୍ରଫି ସହ ନଗଦ ୬ ହଜାର ଟଙ୍କା, ଉପବିଜେତା ଖଲିଆପାଲି ଦଳକୁ ଟ୍ରଫିସହ ୪ ହଜାର ଟଙ୍କା ମୁଖ୍ୟ ଅତିଥି ଦ୍ୱୟ ଅର୍କେଶ ନାରାୟଣ ସିଂହଦେଓ ଓ ଡ. ବାସୁଦେବ ପତି ପ୍ରଦାନ କରିଥିଲେ । ଶ୍ରୀ ସିଂହଦେଓ ଖେଳାଳୀ ଓ ଖେଳପ୍ରେମୀମାନଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଡ. ପତି ଫୁଟବଲ ଖେଳ ପ୍ରତିବର୍ଷ ଆୟୋଜନ କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଦୋସ କୁମାର ଦାସ ଯୋଗଦେଇ କ୍ରୀଡାପ୍ରେମୀଙ୍କ ସହଯୋଗ କାମନା କରିଥିଲେ । ପେଟ୍ରନ ଅମନ ନାଗ ଖେଳାଳୀ ଓ ଜନସାଧାରଣଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ହେମନ୍ତ କୁମାର ବେହେରା ସଂଯୋଜନା କରିଥିଲେ । ଖେଳକୁ ରେଫରୀ ଭାବରେ ସୁଶାନ୍ତ ନାଗ, ଦେବାଶିଷ ବାଗ, ନରସିଂ ସ୍ୱାମୀ ନାଇଡୁ ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଲନା କରିଥିଲେ । କମିଟିର କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ସୁବୋଧ ବାଗ, ବିରେନ୍ଦ୍ର ସୁନା, ଜ୍ୟେତିରାଜ ନାଗ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ବିଶ୍ୱଜିତ ପାଲ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ବିଶ୍ୱଜିତ ପାଲ, ଜିବନ ସୁନା, ମନୋଜ ନନ୍ଦ,ଧରିତ୍ରୀ ବାଗ, ନିଥନିଅଲ ଛତ୍ରିଆ, ସୁରେନ୍ଦ୍ର ଭୋଇ, ସାନ୍ତନୁ ପୁଜାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଉପସ୍ଥିତ ଥିଲେ । ପରିଶେଷରେ ସଭାପତି ପ୍ରଭାତ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.