ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ମାଣ୍ଡିଆ ପଦରଠାରେ ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ ରୟାଲ ଷ୍ଟାର ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚକୁ ଶୁଭାରମ୍ଭ କରିଥିଲେ ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସମିତି ସଭ୍ୟ କୁନା ଭୋଇ ଯାଦବ । ମୁଖ୍ୟ ଅତିଥିଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥିଭାବେ ସକମା ପଂଚାୟତ ଫାସଡ ଗ୍ରାମର ସମାଜସେବୀ କଳା କାହ୍ନୁ ନାଗ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ ଲୋଇସିଂହା ଓ ତେନ୍ତୁଳିଖୁଣ୍ଟି ମଧ୍ୟରେ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବିଜେତା ଘୋଷିତ ହୋଇଥିଲା । ଉଭୟ ଦଳ ଖେଳାଳୀଙ୍କୁ ମୁକେଶ ମହାଲିଙ୍ଗ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.