ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ଦିବସର ଦ୍ଵିତୀୟ ସେମିଫାଇନାଲ ବଙ୍ଗୋମୁଣ୍ଡା ଓ କୁରସୁଡ଼ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ କୁରସୁଡ଼ ଦଳ ବିଜୟୀ ହୋଇ ଫାଇନାଲ ମ୍ୟାଚ୍ରେ ପ୍ରବେଶ କରିଛି । ଏଥିରେ ଅତିଥି ପୂର୍ବତନ ଚୁଲିଫୁଙ୍କା ସରପଞ୍ଚ ରାଜକିଶୋର କୁମ୍ଭାର, ବିଜେଡିର ବରିଷ୍ଠ ନେତା କର୍ଣ୍ଣ ମେହେର, ପରମେଶ୍ୱର କୁମ୍ଭାର, କପିଲାଭଟା ପଞ୍ଚାୟତ ନାଏବ ସରପଞ୍ଚ ଝସକେତନ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଧନୁ ବାଗ ଓ ଅଭୟ ବାଗ ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।