ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀ ମ୍ୟାଚ୍‌ରେ କଣ୍ଟାବାଞ୍ଜି ଓ ବଙ୍କାପୁର ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା’ ସାହାଜି ଯୁବକ ସଂଘର ସହଯୋଗରେ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ସାହାଜିକଟେନଙ୍କ ପୀଠରୁ ମଶାଲ ଆଣି କ୍ରୀଡା ସ୍ଥଳରେ ସ୍ଥାପନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମା’ ସାହାଜି ଯୁବକ ସଂଘର ସଂଯୋଜକ ପୃଥ୍ୱୀରାଜ ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥିଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସମାଜସେବୀ ରାହୁଲ ବାଗ, ବିଏସ୍‌ଏଚ୍‌ ଓଡିଶା ମ୍ୟାନେଜର ଜିତାମିତ୍ର ବିଶି, ସମାଜସେବୀ ଧବଳେଶ୍ୱର ବେହେରା, ତ୍ରିବିକ୍ରମ ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ର ପ୍ରଥମ ରାଉଣ୍ଡରେ ମନିଗାଁ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଟାବାଞ୍ଜି ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ ନଙ୍ଗଲାଜୁରୀ ଓ ବଙ୍କାପୁର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ନଙ୍ଗଳାଜୁରୀ ଦଳକୁ ପରାସ୍ତ କରି ବଙ୍କାପୁର ଦଳ ବିଜୟୀ ହୋଇଥିଲା । ରେଫ୍‌ରୀ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣଓ, ପୁରନ୍ଦର କରୁଆଁ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ଟିକେଶ୍ୱର ବିଶିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.