ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟବଲ୍‌

  • ରେଲୱେ ଏମ୍‌ଏସ୍‌, କୁଶମେଲ, ରେଙ୍ଗଟାସିଲ, ଚନ୍ଦ୍ରପୁର, ଘୁଚେପାଲି, ବଙ୍ଗୋମୁଣ୍ଡା, କୁତମୁଣ୍ଡା, ଦେଦର୍ହୋ, ଭାଟିପଡା, ତେନ୍ତୁଳିଖୁଣ୍ଟି ଓ ସୁଜିଆ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୦ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ପଡିଆରେ ରେଲୱେ ଏମ୍‌ଏସ୍‌ ଡ୍ରାଇବ୍ରେକରରେ ୩-୦ ଗୋଲରେ କୁରୁଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ବିକ୍ରମାନନ୍ଦ ବହିଦାର, ବରିଷ୍ଠ ନାଗରିକ ଯୁଧିଷ୍ଟିର ସିଂ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ଏଥେଲେଟ୍‌ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ପୂର୍ବ ଖେଳାଳି ଯୁଗେଶ୍ୱର ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସୁଦୟ ବାରିକ, ନରସିଂସ୍ୱାମୀ ନାଇଡୁ, ଶୁଭ୍ରାଂଶୁ ରାଉତ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ କୁସମେଲ ୪-୦ ଗୋଲରେ ବିଡିଘାଟକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୂର୍ବ ଖେଳାଳି ପ୍ରଦୀପ ମହାରଣା ଓ ସାଇଟ ସଂପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ଖେଳକୁ ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସଂଜୀବ ମହାରଣା ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ରେଙ୍ଗଟାସିଲ ୫-୦ ଗୋଲରେ ରାମଚନ୍ଦ୍ରପୁରକୁ ହରାଇ ବିଜୟୀ ହୋଇଥିଲେ । ଅତିଥି ଭାବେ ତୁଷୁରାବାହାଲ ସରପଂଚ ଜନାର୍ଦ୍ଦନ ମହାପାତ୍ର ଓ ବିଜୟ ମେହେର ଯୋଗ ଦେଇଥିଲେ । ଖେଳକୁ ଜଳନ୍ଧର ସାହୁ, ଉମେଶ ଭୋଇ, ପୁରୁଷୋତ୍ତମ ବୁଡେକ ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମଠାରେ ଚନ୍ଦ୍ରପୁର ୨-୦ ଗୋଲରେ ବର୍ଲାକୁ ଓ ଘୁଚେପାଲି ୧-୦ ଗୋଲରେ ତୁଷୁରାକୁ ହରାଇ ବିଜୟୀ ହୋଇଛନ୍ତି । ଅତିଥି ଭାବେ ପୂର୍ବ ଖେଳାଳି ନବୀନ ବାରିକ, ସଚିଦାନନ୍ଦ ପାଢୀ ଓ ପ୍ରବୀର ସିଂ ନିନା ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ରେଲୱେ ପଡିଆରେ ବଙ୍ଗୋମୁଣ୍ଡା ୧-୦ ଗୋଲରେ କୋଷ୍ଟାଲ ୧୧କୁ ହରାଇ ବିଜୟୀ ହୋଇଛି । ଖେଳକୁ ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ବିଜୟ ଖମାରୀ ଓ ଉମେଶ ଧରୁଆ ପରିଚାଳନା କରିଥିଲେ । ପାଟଣାଗଡ ପଡିଆରେ କୁତମୁଣ୍ଡା ୩-୦ ଗୋଲରେ ଭରୁଆମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପିସିସି ସଭ୍ୟ ଅନିଲ ମେହେର ଯୋଗ ଦେଇଥିଲେ । ଖେଳକୁ ଖୁସିରାମ ମଲ୍ଲିକ, ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିଲେ । ଖପ୍ରାଖୋଲ ପଡିଆ ଦେଦର୍ହୋ ୧-୦ ଗୋଲରେ ମହରାପଦରକୁ ହରାଇ ବିଜୟୀ ହୋଇଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ସଦାନନ୍ଦ ସାହୁ, ଶ୍ରୀରାମ ସାହୁ ଓ କ୍ଷୀରସିନ୍ଧୁ ବେହେରା ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଭାଟିପଡା ଟିଟିଲାଗଡ ୧-୦ ଗୋଲରେ ନାନେଝରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ମଣିଗାଁ ସରପଂଚ ହିମାଦ୍ରି ଖର୍ସେଲ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷ ପଦ୍ମନ ପ୍ରଧାନୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ ତେନ୍ତେଲଖୁଣ୍ଟି ଟ୍ରାଇବ୍ରେକର ୬-୫ ଗୋଲରେ ଲୋଇସିଂହା ଏଏକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଲୋଇସିଂହା ଏଥେଲେଟିକ୍‌ ଏସୋସିଏସନ୍‌ ସଭାପତି ଦିଲିପ ବେହେରା ଯୋଗ ଦେଇଥିଲେ । ସୁଜିଆ ପଡିଆଠାରେ ଅନୁଷ୍ଠିତ ଖେଳରେ ସୁଜିଆ ୫-୧ ଗୋଲରେ ସଲତରପାଲିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ରାଜ୍ୟ ପରିଷଦ ବିଜେଡି ସଦସ୍ୟ ନିହାର ରଂଜନ ବେହେରା, ଲୋଇସିଂହା ବିଜେଡି ସଭାପତି ହୃଦାନନ୍ଦ ବେହେରା, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, କ୍ରୀଡା ସଂସଦ ଫୁଟ୍‌ବଲ୍‌ ସଂପାଦକ ହେମନ୍ତ କୁମାର ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.