oom

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଓ ବେଡାପରା ଗାଁର ମିଳିତ ଆନୁକୂଲ୍ୟରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଅଂଚଳର ବିରିପାଲି, ତୁକଳା, ତେତେଲପଡା, ସରଗୁଲ, ଅରେଡା, କପିଲାଭଟା, ସିକୁଆଁ, ଜଏରପଡା ଦଳ ଭାଗ ନେଇଥିବା ବେଳେ ବିରିପାଲି ଓ ତେତେଲପଡା ଦଳ ଫାଇନାଲ ମ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିରେ ବିରିପାଲିକୁ ପରାସ୍ତ କରି ତେତେଲପଡା ଚମ୍ପିୟାନ ହୋଇଛି । ଏଥିରେ ରେଫରି ପ୍ରଫୁଲ୍ଲ ସାହୁ, ଲାଇନ ମ୍ୟାନ ଗଣେଶ କୈବର୍ତ୍ତ ଓ ନିମାଇଁ ଭୋଇ ସହଯୋଗ କରିଥିବା ବେଳେ ତିରୁପତି ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ ।ଆୟୋଜକ କମିଟିର ସଭାପତି ମହିନ୍ଦ୍ର ସାହୁ, ସମ୍ପାଦକ ବିଶାଳ ସାହୁ, କୋଷାଧ୍ୟକ୍ଷ ହରିଶ ସାହୁ, ଗୁଣଧର ସାହୁ, ସୁବଳ ସାହୁ, ବିଳାସ ସାହୁ, ପ୍ରଦୀପ ସାହୁ, ଦୁର୍ଯ୍ୟୋଧନ ସାହୁ, ଖୁସିରାମ ସାହୁ, କୁଞ୍ଜ ସାହୁ ପ୍ରମୁଖଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.