ପଂଚମ ଦିବସରେ ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥଲେଟିକ ଆସୋସିଏସନ୍‌ର ୪୧ତମ ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳ ସମ୍ବଲପୁର ବନାମ ଜରାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଦଳ ୩-୧ଗୋଲରେ ଜରାସିଂହା ଦଳଠାରୁ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲ ଖେଳ ଖେଳିବା ପାଇଁ ଯୋଗ୍ୟ ହୋଇଛି । ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ସୋମ୍ୟରଂଜନ ମେଘ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅନିଲ ପଧାନ, ପୂର୍ବତନ ସମିତି ସଭ୍ୟ ରୋତ ଅନନ୍ତ ଯୋଶୀ, ସ୍ୱତନ୍ତ୍ର ଅତିଥି ଭାବେ ଅଜିତ ପାଲ, ପ୍ରବୀଣ ନାଗ, ଆସୋସିଏସନର ସଭାପତି ଭିକାରି ଚରଣ ବାଗ ଯୋଗଦେଇଥିଲେ । ଆଥଲେଟିକ ଆସୋସିଏସନ୍‌ର ସଂପାଦକ ବ୍ୟୋମକେଶ ତ୍ରିପାଠୀ ମଂଚ ପରିଚାଳନା କରିଥିବା ବେଳେ ରେଫରି ଭାବେ ସୁରେଶ କୁମାର ଦାସ ବରଗଡ, ତାଂକୁ ଲାଇନରେ ସହଯୋଗ କରିଥିଲେ ନୀଳ ନାଏକ, ସୁରେଶ ନାଏକ, ମୁନୁ ବେହେରା । ଦ୍ବିତୀୟ ସେମିଫାଇନାଲ ଝାରସୁଗୁଡା ବନାମ ସମ୍ବଲପୁର(ଏଫସି)ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.

error: Content is protected !!