centurian jitm

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବେଙ୍ଗଲ ଟାଇଗର ବିଜୟୀ

nschool

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରିର ପୋଡାଶୁଳରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପୋଡାଶୁଳ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ ୧୧ତମ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍‌ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶେଷ ତଥା ଫାଇନାଲରେ ଜାମୁଡ଼ିହାର ବେଙ୍ଗଲ ଟାଇଗର ଓ ବାଲେଶ୍ଵରର କାଲିବାନ ଏସ.ଜି. ମଧ୍ୟରେ ଲଢେଇରେ ବେଙ୍ଗଲ ଟାଇଗର ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସମାଜସେବୀ ସବ୍ୟସାଚୀ ମହାପାତ୍ର(ଟୁବ୍ଲୁ) ଓ ଜଡିଦା ସରପଞ୍ଚ ରଞ୍ଜିତା ଦଣ୍ଡପାଟ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟରେ ତାଳେ ତାଳେ ସ୍ୱାଗତ କରାଯାଇଥିଲା । ଚମ୍ପିୟାନ ଟିମକୁ ୩୦ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଅତିଥି ଦ୍ୱାରା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.