oom

ମା’ ବସ୍ତ୍ରେନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ସିନ୍ଧିଭାଡ଼ି ଚାମ୍ପିଆନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ଗାଁରେ ଚାଲିଥିବା ମା’ ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସିନ୍ଧିଭାଡ଼ି ଓ ବାନେର ଦଳ ଫାଇନାଲ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲେ । ବାନେର ଦଳକୁ ପରାସ୍ତ କରି ସିନ୍ଧିଭାଡ଼ି ଦଳ ଚାମ୍ପିଆନ ହୋଇଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୁଲୁ ମାଝୀ ଓ ଡିସେମ୍ବର ଭୋଇ ସହଯୋଗ କରିଥିଲେ । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ଦାସ, ସମ୍ମାନୀୟ ଅତିଥି ଭାବେ ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ ବେହେରା, ବ୍ଲକ ବିଜେଡି କାର୍ଯ୍ୟକାରୀ ବିଜେଡି ସଭାପତି ଡମ୍ବରୁଧର ମେହେର, ବଳଧା ହାଇସ୍କୁଲର ହିନ୍ଦୀ ଶିକ୍ଷକ ସୁଦାମ ସିଂ ବାରିକ, ମୁନା ମହାନ୍ତି, ତୁକଳା କ୍ଷମା ମେହେର ଡିଗ୍ରୀ କଲେଜର ଅଧ୍ୟାପକ ଗୋପାଳ ଚନ୍ଦ୍ର ଦୁବେ, ବଳଧା ସରପଞ୍ଚଙ୍କ ପ୍ରତିନିଧି ସଦାନନ୍ଦ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ସିନ୍ଧିଭାଡ଼ି ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ଓ ଉପବିଜେତା ବାନେର୍ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଆଦିତ୍ୟ ହୋତା, ସୁଶୀଲ କୁମାର ପୋଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ବେଷ୍ଟ ଗୋଲ କିପର ସୁଧୀର, ବେଷ୍ଟ ସ୍କୋରର୍ ଗାନ୍ଧୀ, ବେଷ୍ଟ ଡିଫେଣ୍ଡର ମକରନ୍ଦ, ମ୍ୟାନ ଅଫ ଦ ସିରିଜ ଗାନ୍ଧୀଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କମିଟିର ମୁଖ୍ୟ ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନୀ, ଝସକେତନ ବାରିକ, ବାବୁରାମ ତେଜୀ, ବିଶ୍ୱମ୍ବର ନାଏକ, ସୁଧୀର କୁମାର ପୁଞ୍ଜି, ମହେନ୍ଦ୍ର ବିଶି, ବିମଲ ଯାନୀ, ଲକ୍ଷ୍ମୀକାନ୍ତ ମାଝୀ, ଲମ୍ବୋଦର ବେହେରା ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.