oom

ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମିୟର ଲିଗ୍ : ବରପାଲି ବାଇସନ ବିଜୟୀ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମିୟର ଲିଗ୍‌ରେ ଗତକାଲି ବରପାଲି ବାଇସନ ଓ ଏସ୍‌ଏସ୍‌ୱାଇଏସ୍‌ ଗୋବିନ୍ଦପାଲି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବରପାଲି ବାଇସନ ଦଳ ବିଜୟୀ ହୋଇଛି । ଦଳ ଆଜିର ମ୍ୟାଚ୍‌କୁ ୩ – ୦ ଗୋଲରେ ଜିତି ନେଇଛି । ଏହି ଖେଳ ପରିଚାଳନା କରିଥିଲେ ଜ୍ୟୋତି ରଞ୍ଜନ ସ୍ୱାଇଁ, ତାଙ୍କୁ ଲାଇନ୍‌ରେ ସହଯୋଗ କରିଥିଲେ ଶଶିକାନ୍ତ ଦାସିଆ ଓ ଦେବାଶିଷ ବାଗ । ଚତୁର୍ଥ ରେଫରୀ ଥିଲେ ଅଶ୍ଵିନୀ ମେହେର । ଆଜିର ଖେଳର ଶ୍ରେଷ୍ଠ ଖେଳାଳୀ ଭାବରେ ବରପାଲି ଦଳର ପ୍ରବୀଣ ଟିଗଗାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ସୁବଳ ମେହେର, ଜିଲ୍ଲା କ୍ରୀଡା ସଂସଦ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଦସ୍ୟ ଶୌର୍ଯ୍ୟ ରଞ୍ଜନ ରାଏ, ବରପାଲି ବାଇସନ ଦଳର ଫ୍ରେନଚାଇଯି ସତ୍ୟ ନାରାୟଣ ପ୍ରଧାନ ଓ ଖିତିପତି ପ୍ରଧାନ, ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ଵିନୀ ତ୍ରିପାଠୀ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କରୋନା ସମୟରେ ଓ ସଦା ସର୍ବଦା ଜନ ସାଧାରଣଙ୍କ ସେବା କ୍ଷେତ୍ରରେ ସମର୍ପିତ ନିଷ୍ଠା ପରିବାରକୁ ଆୟୋଜକମାନଙ୍କ ତରଫରୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ଵିତୀୟ ମ୍ୟାଚ ରାବୋଡାସମ୍ୱର ଏଫ୍‌ସି ଓ ଏସ୍‌ଏସ୍‌ୱାଈଏସ୍‌ ଗୋବିନ୍ଦ ପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୋଡାସମ୍ୱର ଏଫ୍‌ସି ୪-୦ ଗୋଲରେ ବିଜୟୀ ହୋଇଥିଲା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ଭାବରେ ବୋଡାସମ୍ୱର ଏଫ୍‌ସିର ରାହୁଲ ମୁଖି ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ ହୋଇଥିଲେ ।

jittmm
Leave A Reply

Your email address will not be published.