-୧୬ ଦଳ ମଧ୍ୟରେ ହେବ ବିଜୟୀ ଦୌଡ଼
ତୁରେକେଲା, (ପିତାମ୍ବର ଦୀପ) : ରାଜେନ୍ଦ୍ର ନଗର ଫୁଟବଲ୍ କ୍ଲବ୍ ଦ୍ୱାରା ଆୟୋଜିତ ସପ୍ତମ ରାଜେନ୍ଦ୍ର ନଗର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନୀ ସମାରୋହରେ ସମାଜସେବୀ ଓ ଆନିଆ ଜିମ୍ ମାଲିକ ରାଜେଶ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଏହାସହ ଜଗନ୍ନାଥ ପଟେଲ, ଅଜୟ ପଟେଲ, କୃଷ୍ଣ ଜାଲ, ବିଦ୍ୟା ପୁଟେଲ, ଡବ୍ଲୁ ହାତୀ, ସୁଶାନ୍ତ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆୟୋଜକ ମଣ୍ଡଳୀ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ଯୁବପିଢ଼ିଙ୍କୁ କ୍ରୀଡା, ଶିଷ୍ଟାଚାର ଓ ସାମୁଦାୟିକ ବିକାଶ ପ୍ରତି ଅଧିକ ସଚେତନ କରିବ ।