ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃଆରୀ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ହେବାକୁ ଯାଉଛି । ଏହି ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିଲା । ଦିନ ଦିନକୁ ଫୁଟବଲ ପ୍ରତି ଲୋକଙ୍କ ଆଗ୍ରହ କମିବା, ଯୁବପିଢ଼ିଙ୍କ ମନରେ ଖେଳର ବୃଦ୍ଧି ବଢାଇବା, ସହର ମଧ୍ୟରେ ଥିବା ପି.ଆର ହାଇସ୍କୁଲ ଖେଳ ପଡିଆର ଉନ୍ନତି କରିବା, କ୍ରୀଡାରେ ଶାରୀରିକ, ମାନସିକ ସ୍ଥିତି ସଜାଗ ରୁହେ ସେହି ଲକ୍ଷ ନେଇ ଫ୍ରେଣ୍ଡସ କ୍ଳବ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଲୋଟସ ଷଡ଼ଙ୍ଗୀ । ତାହା ସହିତ ଫ୍ରେଣ୍ଡସ କ୍ଳବ ସହ ବଲାଙ୍ଗିରର ଯୁବପିଢ଼ି, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ଅନୁଷ୍ଠାନ, କ୍ରୀଡାପ୍ରେମୀ ସମ୍ପୃକ୍ତ ଥିବା ସୂଚନା ଦେଇଥିଲେ । ଏହି ସପ୍ତାହେ ବ୍ୟାପି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର, ଭୁବନେଶ୍ୱର, ବରଗଡ଼, ମୟୁରଭଞ୍ଜ, ସୁନ୍ଦରଗଡ଼, ଜରାସିଂହା, କୁଚିଣ୍ଡା ଏବଂ କଟକ ଭଳି ପ୍ରସିଦ୍ଧ ଲାଭ କରିଥିବା ଫୁଟବଲ ଟିମ ଅଂଶଗ୍ରହଣ କରୁଥୁବା ବେଳେ ୨୦ ବର୍ଷ ଆଗରୁ ବଲାଙ୍ଗିରର ବହୁ ଖେଳାଳି ଆନ୍ତର୍ଜାତିକ ତଥା ରାଜ୍ୟସ୍ତରୀୟରେ ସୁନାମ ଆଣିଥିଲେ ତାହା ଏବେ କମିବାରେ ଲାଗିଛି ପୁଣି ଥରେ ଏଠାକାର ଖେଳାଳୀଙ୍କୁ ସେହି ପହଂଚାଇବା ତଥା ଖେଳର ମାନ ରଖିବା ପାଇଁ ଏହି ଫୁଟବଲ ମହାକୁମ୍ଭର ଆୟୋଜନ କରାଯାଇଛି ବୋଲି ସମ୍ପାଦକ ଜଗନ୍ନାଥ ମିଶ୍ର କହିଥିଲେ । ତା’ ସହିତ ବଲାଙ୍ଗିର ଜିଲ୍ଳାର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ନୂଆଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ତରଫରୁ ନିଷ୍ପତି ଦିଆଯାଇ ଥିବାର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଫ୍ରେଣ୍ଡସ କ୍ଳବର ସଭାପତି ଲୋଟସ ଷଡ଼ଙ୍ଗୀ, ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧକ୍ଷ ରଂଜିତ ବେହେରା, ସଂଯୋଜକ ମନୋଜ ମିଶ୍ର, ମଧୁ ବନଛୋର, ପ୍ରଭାକର ମିଶ୍ର, ଆକାଶ ମିଶ୍ର, ଶରତ ନନ୍ଦ, ପବିତ୍ର ଖୁଣ୍ଟିଆ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ଅଭିମନ୍ୟୁ ପାଣ୍ଡେ, ମନୋଜ ଦୀପ, ସଂଜୀବ ସାହୁ, ବଦ୍ରି ନାରାୟଣ ମିଶ୍ର, କିଶୋର ଦଣ୍ଡସେନା, ନିଶାରକାନ୍ତ ନାଗ, କୈଳାଶ ମିଶ୍ର, ପୃଥ୍ୱୀରାଜ ବରାଡ଼, ଟିକୁ ପରିଛା, ଦେବେନ ପାତ୍ର, ଲିଜୁ ସାହୁ, ଶଙ୍କର ନାଗ, ପ୍ରଦୀପ ସିଂ, କୁନା ମନହୀରା, ମୁନା ପାଲ, କମ୍ବୁ ତ୍ରିପାଠୀ, ଲକ୍ଷ୍ମୀ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ନିତ୍ୟା ପଧାନ ସୋନୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଅନେକ ଦର୍ଶକ ଖେଳାଳୀ ଓ କ୍ରୀଡ଼ା ପ୍ରେମୀ ଉପସ୍ଥିତ ରହି ଖେଳ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରାଯାଇଛି । ପରିଶେଷରେ କୋଷାଧକ୍ଷ ରଂଜିତ ବେହେରା ଧନ୍ୟବାଦ ଦେଇଥିଲେ ।
Next Post