ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସ – କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥିରୂପେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିବସ ମ୍ୟାଚ୍‌ କୁରସୁଡ଼ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିବା ବେଳେ ୧ଗୋଲ ସ୍କୋର କରି ସେମିଫାଇନାଲ୍‌ରେ କୁରସୁଡ଼ ଦଳ ପହଂଚିଛି । ଆୟୋଜକ କମିଟିର ଡବ୍ଲୁ ହଂସ, ଯତୀନ ସିନ୍ଦୁର, ମଣ୍ଟୁ ସରାଫ, ମଣ୍ଟୁ ତାଣ୍ଡି, ଦିବସ ମାଝୀ, ଶଶାଙ୍କ ଶେଖର ଦାସ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ । ଆଶୀର୍ବାଦ ସା ରେଫରୀ ଓ ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ରଶ୍ମିକାନ୍ତ ସିନ୍ଦୁର ଚତୁର୍ଥ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.