ଆସନ୍ତା ଅକ୍ଟୋବର ୨୦ରୁ ଫୁଟବଲ ମହାକୁମ୍ଭର ଦ୍ଵିତୀୟ ବାର୍ଷିକ ଖେଳ ଉତ୍ସବ : ଗ୍ରାମ ପଞ୍ଚାୟତର ୭୦ ଦଳ ଯୋଗଦାନ କରିବେ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୭୦ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟ ଆସୋସିଏସନ ପକ୍ଷରୁ ଫୁଟବଲ ମହାକୁମ୍ଭ ଦ୍ୱିତୀୟ ବାର୍ଷିକ ଖେଳଉତ୍ସବ ଆୟୋଜନ ପାଇଁ ସ୍ଥିରିକୃତ କରିଛନ୍ତି । ସମଗ୍ର ଗ୍ରାମରେ ଫୁଟବଲ ଖେଳପ୍ରତି ଅଜବ ଉତ୍ସାହ ସାଙ୍ଗକୁ ଯୁବ ପିଢି ମଧ୍ୟରେ ଏକତା ଭାବ ସୃଷ୍ଟି କରିବା ପ୍ରୟାସ କରାଯାଇଛି । ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆଠାରେ ଫୁଟବଲ ମହାକୁମ୍ଭର ଦ୍ଵିତୀୟ ବାର୍ଷିକ ଖେଲତ୍ସବକୁ ନେଇ କେ.ସି.ଏସ.ଏ ସଭାପତି ତଥା ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଅଧ୍ୟକ୍ଷତାରେ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ଛବି ସାଗର, ଗୋବର୍ଦ୍ଧନ ସୁନା, ଅକ୍ଷୟ ନନ୍ଦ, ଶାନ୍ତନୁ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ । ଏବଂ ଫୁଟବଲ ମ୍ୟାଚ୍‌ରେ ଖଡ଼ିଆଳ ଏନଏସିର ୨ ଗୋଟି ଟିମ ସହ ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଳକର ପଞ୍ଚାୟତର ମୋଟ ୭୦ ଟି ଦଳ ଭାଗ ନେବେ ଓ ଉଦ୍‌ଘାଟନ ଦିନ ୪ଟି ମ୍ୟାଚ ଖେଳିବା ଏବଂ ଅନ୍ୟ ଦିନ ଗୁଡିକରେ ୬ ଗୋଟି ମ୍ୟାଚ୍ ହେବ ଏବଂ ସମସ୍ତ ମ୍ୟାଚ ପ୍ଲଡ଼ଲାଇଟ୍ରେ ଖେଲା ହେବ ବୋଳି ସମ୍ମିଲନୀରେ ସୂଚନା ଦେଇଛନ୍ତି । ।

Leave A Reply

Your email address will not be published.