ନୂଆଁଖାଇ କପ୍ ଫୁଟବଲ୍ ଟୂର୍ଣାମେଣ୍ଟ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଳକ ମୁରସୁଣ ସ୍ପୋର୍ଟସ ଆସୋସିଏସନ୍ ଦ୍ଵାରା ଆୟୋଜିତ ନୂଆଁଖାଇ କପ୍ ଫୁଟବଲ୍ ଟୂର୍ଣାମେଣ୍ଟର ସେମି ଫାଇନାଲ ଖେଳ ଶେଷହୋଇଛି । ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଓଡିଶା ଫୁଟବଲ ଆସୋସିଏସନ୍ ମାନ୍ୟତା ପ୍ରାପ୍ତ ରେଫରୀ୍‌ ପ୍ରଫୁଲ୍ଲ କୁମାର ବଗର୍ତ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ସୁରେଶ ପଧାନଙ୍କ ପୋରୋହିତ୍ୟରେ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବୀରେନ୍ଦ୍ର ପଧାନ ପରିଚାଳନା କରିଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ସଂଯୋଜନା କରିଥିଲେ । ପ୍ରଥମ ସେମି ଫାଇନାଲରେ ସାରସମାଲ ଓ ଗେରଡି ଦଳ ମୁହାଁମୁହିଁ ହୋଇଥିଲେ । ନିର୍ଧାରିତ ସମୟରେ ଖେଳ ଅମୀମାଂସିତ ରହିବାରୁ ଟାଇବ୍ରେକର୍‌ରେ ଗେରଡି ଦଳ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି । ଦ୍ୱିତୀୟ ସେମି ଫାଇନାଲରେ ସକମା ଦଳ ମଡିଆପଦରକୁ ହରାଇଥିଲେ । ଆସନ୍ତା ସେପ୍ଟେମ୍ବର ୮ ରବିବାର ଦିନ ନୂଆଁଖାଇ କପ୍‌ର ଫାଇନାଲ ଖେଳ ଅନୁଷ୍ଠିତ ହେବ । ବିକି ବିଶି ଓ ବିଜୟ ରଣା ରେଫରୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଦାମୋଦର ଓ ମହେଶ ତ୍ରିପାଠୀ ଲାଇନରେ ସହଯୋଗ କରିଥିଲେ । ସୁଶାନ୍ତ କୁମାର ସାହୁ, ସାହିଲ ନାଏକ, ସଚିନ ବିଶ୍ୱାଳ, ବୁଦ୍ଧଦେବ ଗାଏଗରିଆ, ସୁଶାନ୍ତ ବଗର୍ତ୍ତି, ଧରଣୀ ପାତ୍ର, ଧର୍ମେନ୍ଦ୍ର ପଧାନ, କେଶବ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.