କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟକର୍ଲାକୁ ପରାସ୍ତ କରି ଚିଚର୍ଲା ଚାମ୍ପିଅନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ କର୍ଲମେୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ ଚିଚର୍ଲା ଏବଂ ଟକର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଚିଚର୍ଲା ଦଳ ଓ ଟକର୍ଲା ଦଳକୁ ୨-୦ଗୋଲ ଦେଇ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ ସମ୍ମାନିତ ଅତିଥି ରୂପେ, ଜିଲ୍ଲାଯୁବ ବିଜେଡ଼ି ସମ୍ପାଦକ ବିଶ୍ଵଦିପକ୍ ପାତ୍ର, କର୍ଲାମୁଣ୍ଡା ବିଜେଡ଼ି ସଭାପତି ସୁରେନ୍ଦ୍ର ସାହୁ, ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, ବ୍ଲକ ଯୁବ ବିଜେଡ଼ି ସଭାପତି ସଙ୍ଗୀତ ଭୋଇ, ଛାତ୍ର ସଭାପତି ସଲିମ ଶେଖର ରଣା, ପୋଲିସ ଏଏସ୍‌ଆଇ ଲବରାମ ଛତ୍ରିଆ, ଯୁବନେତା ଚିନ୍ମୟ ମିଶ୍ର ଯୋଗ ଦେଇଥିଲେ । ଆୟୋଜନ କମିଟିର ସଭାପତି ନନ୍ଦିକିଶୋର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଡୋଳାମଣି ଭୋଇ ସ୍ୱାଗତ ଅଭିଭାଷଣ ରଖିଥିଲେ । ପୁରସ୍କାର ବିତରଣ ଉତ୍ସବକୁ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ପରିଚାଳନା କରିଥିଲେ ।ଖେଳ ପରିଚାଳନାରେ ରେଫରି ଭାବେ ଲଳିତ ସାହୁ, ଲଳିତ ଗଉଡ଼, ବିନୋଦ ହେର୍ନା ଖେଳ ପରିଚାଳନା କରିଥିବା ବେଳେ ଲୋକେଶ ଗହୀର ଧାରା ବିବାରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅଗ୍ନୀଶମ କର୍ମଚାରୀ ତପନ ଛତ୍ରିଆ, ଟିମ୍‌ ମେନେଜର ଦୁର୍ଲ୍ଲଭ୍ ମେହେର ସମେତ ଖେଳ ପରିଚାଳନା କରିଥିବା ରେଫରି ଲଳିତ ସାହୁ, ଲଳିତ ଦାସ, ବିନୋଦ ହେର୍ଣ୍ଣା ଓ ପିଙ୍କୁ ଚନ୍ଦନଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ କ୍ଳବ ସଦସ୍ୟ -ନୀଳ ଭୋଇ, ବିରେନ ସାହୁ, ଅନିଲ ସାହୁ, ମୁକେଶ କୁମାର ସାହୁ, ସଲଟି ବଗର୍ତ୍ତି, ସୀତୁ ସାହୁ, ବିରୁ ସାହୁ, ବବଲୁ ସାହୁ, ଜିତ ସାହୁ, ବିପିନ ସାହୁ, ମଣି ମେହେର, କର୍ଣ୍ଣ ଭୋଇ, କୁଞ୍ଜ ସାହୁ, କଳ୍ପ ସାହୁ, ଭୀଷ୍ମ ବାଗ, ନାମିତ ସୁନା ସହଯୋଗ କରିଥିଲେ ।

Leave A Reply

Your email address will not be published.