ଫସଲର ବିବିଧକରଣ କାର୍ଯ୍ୟକ୍ରମରେ ଖାଦ୍ୟପଦାର୍ଥକୁ ନେଇ ପ୍ରତିଯୋଗିତା

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ମହଖଣ୍ଡ ଗ୍ରାମରେ କୃଷି ଓ କୃଷକ ସଶକ୍ତକରଣ ଓଡିଶା ସରକାରଙ୍କ ତରଫରୁ ଏବଂ ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଡାଲି ଜାତୀୟ ଓ ପନିପରିବାକୁ ନେଇ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୫ଟି ସ୍ୱଂୟ ସହାୟକ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର ଏବଂ ସମ୍ମାନୀତ ଅତିଥିଭାବେ ଗ୍ରାମ୍ୟ ସେବକ ଅଶୋକ ସାହୁ ଓ ତ୍ରିରଙ୍ଗା ଯୁବକ ସଂଘ ସଭାପତି ହୃଦାନନ୍ଦ ନାୟକ ଯୋଗଦେଇଥିଲେ । କୃଷକ ସାଥି ମନୋଜ ପଧାନ, ସୁବାସ ସାହୁ, ମହେନ୍ଦ୍ର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜୈବିକ ପଦ୍ଧତିରେ ପନିପରିବା ଚାଷ କରିବା ଯୋଗୁଁ ଚାଷ ଉନ୍ନତମାନର ହେବା ସହିତ ଚାଷୀ ଅଧିକ ଉପାର୍ଜନ କରିପାରିବେ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ପରେ ସ୍ଵଂୟ ସହାୟକ ଦଳ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ପରୀକ୍ଷା ପୂର୍ବକ ତାରମାନ ନିର୍ଦ୍ଧାରଣ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳକୁ ମାନପତ୍ର ସମେତ ଦରି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତ୍ରିରଙ୍ଗା ଯୁବକ ସଂଘର ବ୍ଲକ ସଂଯୋଜକ ଆଶିଷ କୁମାର ପଧାନ ପରିଚାଳନା କରିଥିବା ବେଳେ ବିବେକାନନ୍ଦ ସ୍ୱାଇଁ ଓ ବବୁଲୁ ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.