centurian jitm

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ପ୍ରଥମ ମ୍ୟାଚରେ ଶିମିଳିପାଳ ଫୁଟବଲ କ୍ଲବ ବିନ୍ଦୁସାଗର ଫୁଟବଲ କ୍ଲବକୁ ୫ – ୦ ଗୋଲରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ଟିକି ହେମ୍ବ୍ରମ ୨ଟି, ରାଇସେନ, ମଧୁ ଓ ଛୋଟୁ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଦ୍ଵିତୀୟ ମ୍ୟାଚରେ ରଙ୍ଗାମାଟିଆ ଫୁଟବଲ କ୍ଲବ ଝାଂଝଡ଼ପାଳକୁ ୧- ୦ ଗୋଲରେ ପରାସ୍ତ କରିଥିଲା । ଭଣ୍ଡ କିସ୍କୁ ଏକ ମାତ୍ର ଗୋଲ କରିଥିଲେ । ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି ଅସିତ ପତି ଓ ପ୍ରଦୀପ କିଶୋର ମହାନ୍ତିଙ୍କୁ ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ କୋଚ କୁମାର ରଞ୍ଜନ ପଣ୍ଡା, ବିଶିଷ୍ଟ ଫୁଟବଲ ଖେଳାଳି ଯଦୁନାଥ ମାଝୀ, କୈଳାସ ବେହେରା, ଅଶୋକ ମିସ୍ତ୍ରୀ, ଓ ବିଜୟ କୁମାର ଦାସ (ମଣ୍ଟୁ ଦା), ତପନ କୁମାର ସିନ୍ହା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ବିନୋଦ ରାମ, ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.