ଆଜିଠୁ ଆରମ୍ଭ ହେବ ସିଲ୍କ ସିଟି ଫେଷ୍ଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସନ୍ଧ୍ୟାରେ ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ଆରମ୍ଭ ହେବ ପାଞ୍ଚ ଦିନିଆ ସିଲ୍କ ସିଟି ଫେଷ୍ଟ୍ । ପ୍ରଥମ ସନ୍ଧ୍ୟାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ ବଲିଉଡ୍ ସିଙ୍ଗର୍ ବେନ୍ନୀ ଦୟାଲ୍ ଓ ଏହି ସହରରୁ ଯାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଗାୟିକା ଲିସା ମିଶ୍ର । ସିଲ୍କ ସିଟି ଫେଷ୍ଟ୍ ସହ ସେହି ପଡ଼ିଆରେ ହକି ମହୋତ୍ସବ, ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା, ପୁସ୍ତକ ମେଳା ଉଦ୍‌ଘାଟନ ହେବ । ସେପଟେ ଏହି ମହୋତ୍ସବ ଅବସରରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ କୃଷି ବିଭାଗର ପ୍ରଦର୍ଶନୀ ଆରମ୍ଭ ହୋଇଛି । ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଉଷା ଦେବୀ ଏହି କୃଷି ମେଳା ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ପ୍ରମୁଖ ଉପସ୍ଥିତ ଥିଲେ । ସେଠି ଭିନ୍ନ ଭିନ୍ନ ଷ୍ଟଲ୍‌ରେ କୃଷି ବିଭାଗର ବିଭିନ୍ନ ଯୋଜନା ପ୍ରଦର୍ଶିତ ହେବା ସହ କୃଷି ସାମଗ୍ରୀ ଓ ଯନ୍ତ୍ରପାତି ଏବଂ କୃଷକଙ୍କ ଦ୍ଵାରା ଅମଳ ସାମଗ୍ରୀ କିଣାବିକା ହେବ ।

Leave A Reply

Your email address will not be published.

error: Content is protected !!