ମଦନପୁର ରାମପୁର ସବ୍‌ଜେଲରୁ ବିଚାରଧୀନ କଏଦୀ ଫେରାର

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଛି । ଏକ ଘରୋଇ ଗଣ୍ଡଗୋଳ କେସରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନିର୍ୟାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ହିଂସ୍ରକ ସାଜିଥିବା ଅଭିଯୁକ୍ତର ଜାମିନ ଆବେଦନ କରିନଥିଲେ । ଫଳରେ ଗତ ଡିସେମ୍ବରରୁ ସେ ମଦନପୁର ରାମପୁର ସବ୍‌ଜେଲରେ ରହୁଥିଲା । ଗତକାଲି କୌଶଳ କ୍ରମେ ଜେଲ୍‌ରୁ ଫେରାର ହୋଇଯାଇଛି । ବହୁ ଖୋଜାଖୋଜି କରିବା ପରେ ଏନେଇ ମଦନପୁର ରାମପୁର ଥାନାରେ ଅଭିଯୋଗ ହୋଇଛି ।କଏଦୀ ଫେରାର ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.