ଅଟୋ ଦୁର୍ଘଟଣାଗ୍ର‌ସ୍ତ : ୧ ଗୁରୁତର, ୮ଜଣ ଆହତ : ଡ୍ରାଇଭର ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଏକ ଅଟୋ ଦୁର୍ଘଟଣାଗ୍ର‌ସ୍ତ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଦୁର୍ଜନତୈଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଶିଶୁ ଗୁରୁତର ଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କୁଞ୍ଜାପାଲିରୁ ବିଶାଲପାଲିକୁ ଏକୋଶିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାତ୍ରୀମାନେ ଅଟୋରେ ଯାଉଥିଲେ । ଦୁର୍ଜନତୈଲାଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା । ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.