tur
shyamlal

ଜିଲ୍ଲାସ୍ତରୀୟ କୃଷକ ସମାବେଶ

  • ଇନପୁଟ ସହାୟତା ରାଶି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ଏହା ଜିଲ୍ଲାର ଅର୍ଥନୀତିକୁ ମଜବୁତ କରିବ
  • ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ସହିତ ୮୦୦ ଟଙ୍କା ଇନପୁଟ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ବୃଦ୍ଧି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କୃଷକ ସମାବେଶ ରୟାଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲ୍ଲାପାଳ ସୌମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ, କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଏ, ସୋନପୁର ସହକାରୀ ଉପନିବନ୍ଧକ ସମବାୟ ସମିତି ପାଣୁ ଚରଣ ସାହୁ ଓ ବୀରମହାରାଜପୁର୍ ସହକାରୀ ଉପନିବନ୍ଧକ ସମବାୟ ସମିତି ଗିରିଶ ଚନ୍ଦ୍ର ପୁରୋହିତ ପ୍ରମୁଖ ଅତିଥିଭାବେ ଯୋଗଦେଇ ବିକଶିତ ଓଡିଶା ନିର୍ମାଣ ଲକ୍ଷ୍ୟରେ କୃଷି ଆୟକୁ ଦ୍ୱିଗୁଣିତ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଅଂଶୀଦାର ହେବାକୁ କହିଥିଲେ । ଏହି ଅବସରରେ ଜିଲ୍ଲାର ୨ଜଣ ସଫଳ ଚାଷୀଙ୍କୁ କୃଷି ଯାନ୍ତ୍ରିକକରଣ ସମ୍ପର୍କିତ ସହାୟତା ପ୍ରଦାନ ପୂର୍ବକ ଟ୍ରାକ୍ଟରର ଡେମୋ ଚାବି ପ୍ରଦାନ କରାଯାଇଥିଲା । ବରଗଡ଼ର ସୋହେଲାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦ୍‌ଘାଟିତ କୃଷି ଉତ୍ସବର ଆଭାସି ପ୍ରସାରଣ କରାଯାଇଥିବା ବେଳେ ଆମ ଜିଲ୍ଲାର ୬ଟି ବ୍ଲକରୁ ଶହଶହ ଚାଷୀ ଜିଲ୍ଲାରେ ଅନୁଷ୍ଠିତ କୃଷକ ସମାବେଶରେ ଅଂଶଗ୍ରହଣ କରିଥିବା ବେଳେ ସମାରୋହରେ ସ୍ଥାନୀୟ ନେତୃବୃନ୍ଦ ତଥା ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ । ସମାରୋହ ଅବସରରେ ଜିଲ୍ଲାର କୃଷକମାନଙ୍କୁ ଚାଷୀ ଓ ଚାଷ ସମ୍ପର୍କିତ ବିଭିନ୍ନ ଜ୍ଞାନ କୌଶଳ ତଥା ତତ୍‌ ସମ୍ୱନ୍ଧୀୟ ବିଶେଷ ସୂଚନା ଓ ସଚେତନ ନିମନ୍ତେ ପ୍ରଦର୍ଶନୀ ମଣ୍ଡପ ସହ ଖାଦ୍ୟ ଷ୍ଟଲର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଛାତ୍ରୀଛାତ୍ର ଓ ସାଂସ୍କୃତିକ ସଂଗଠନମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ତରଭା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.