ଭୋଗରାଇ (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବ ନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ଗୋଲାପ ଫୁଲ ଏବଂ ଉପହାର ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଦ୍ୱିତୀୟ ବର୍ଷର ଛାତ୍ରୀମାନେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସଫଳତା ଏବଂ ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ । ଉକ୍ତ ଉତ୍ସବରେ ଶିକ୍ଷାକେନ୍ଦ୍ରର ଅଧ୍ୟାପକ ସତ୍ୟବ୍ରତ ଦାସ ଅଧିକାରୀ, ପଣ୍ଡିତ ଗଜାନନ ମହାପାତ୍ର , ଜୟଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।