ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରେଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଘୁନାଥ ପଣ୍ଡା ଓ ଟିଟିଲାଗଡ଼ ଡିଲକ୍ସ ଅପ୍ଟିକାଲସର ମିଳିତ ଆନୁକୂଲ୍ୟରେ ରେଳ ବିଭାଗରେ କାର୍ଯ୍ୟରତ ରେଳବାଇ କର୍ମଚାରୀ ଓ ତାଙ୍କର ସପରିବାର ସଦସ୍ୟଙ୍କ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ପରୀକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପ୍ରସିଦ୍ଧ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶ୍ରୀମତି ଅନିତା ହୋତା ଆସି ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ଚକ୍ଷୁ ଯାଞ୍ଚ କରିଥିଲେ । ଏହିଭଳି ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜନ କରି ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଣ୍ଡାଙ୍କୁ ରେଳ କର୍ମଚାରୀମାନେ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ପ୍ରତିଦିନ ରେଳବାଇ କର୍ମଚାରୀମାନେ ଦିନରାତି ପରିଶ୍ରମ କରି କିଏ ଟ୍ରେନ ଚଳାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇ ଥାଆନ୍ତି ତ ଆଉ କିଏ ଟ୍ରେନ ଚାଲିବା ସିଗ୍ନାଲ ଓପରେଟ କରିଥଥିବା ବେଳେ ଆଉ କିଏ ରେଳ ଷ୍ଟେସନ ଦାୟିତ୍ଵ ତ ଆଉ କିଏ ରେଳ ଟ୍ରାକ ଚେକ କରିଥାଆନ୍ତି । ସେଥିପାଇଁ ଏମାନଙ୍କ ଚକ୍ଷୁ ପରୀକ୍ଷଣ ନିହାତି ଦରକାର । ଏହି ଶିବିରକୁ ପରିଚାଳନା କରିବାରେ ସ୍ୱାସ୍ଥ୍ୟ କେନ୍ଦ୍ରର ତରଣି ଛତ୍ରପାଲ, ଦ୍ରୋଣ ତାଣ୍ଡି, ଚନ୍ଦନ କୁମାର ସାହୁ, ଇନ୍ଦୁ କୁମାରୀ , ପିତାମ୍ବର ବାଗଙ୍କ ସହ ଡିଲକ୍ସ ଓପ୍ଟିକାଲସର ଅସପାକ ଖାଁ, ଆବାସ ଖାଁ ସହଯୋଗ କରିଥିଲେ ।
Prev Post