oum

ଲୋଇସିଂହା ହସ୍ପିଟାଲରେ ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକ ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାଯାଇଛି ।

ସୂଚନା ଅନୁସାରେ ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ମକୁନ୍ଦ ପଧାନଙ୍କ ଭଉଣୀ ସନ୍ତୋଷିନୀ (୧୮)ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨୨ ତାରିଖରେ ସେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତା’ ପରଦିନ ଅର୍ଥାତ ୨୩ ତାରିଖ ରାତିରେ ତାଙ୍କୁ ଡି୫ ନାମକ ଏକ ସାଲାଇନ ଦିଆଯାଇଥିଲା ତେବେ ସାଲାଇନ ନେବାର କିଛି ସମୟ ପରେ ସନ୍ତୋଷିନୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିବା ନେଇ ତାଙ୍କ ବଡ଼ ଭାଇ ମକୁନ୍ଦ ଅଭିଯୋଗ କରିଛନ୍ତି । ସାଲାଇନର ଅବଧି ମାର୍ଚ୍ଚ ୨୦୨୧ରେ ଶେଷ ହୋଇ ଯାଇଥିବା ବେଳେ କିଭଳି ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଗଲା, ସେ ନେଇ ରୋଗୀଙ୍କ ବଡ଼ଭାଇ ମକୁନ୍ଦ ପ୍ରଶ୍ନ ଉଠାଇଛନ୍ତି । ଏ ନେଇ ଲୋଇସିଂହା ହସ୍ପିଟାଲର ମେଡିକାଲ ଅଫିସର ଡା ପ୍ରତିମା ସୋରେନଙ୍କୁ ପଚାରିବାରେ ସେ ଘଟଣାକୁ ସ୍ୱୀକାର କରିବା ସହିତ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ । ତେବେ ଗତ ମାର୍ଚ୍ଚ ମାସରୁ ପ୍ରାୟ ୨୫ଟି ଡି୫ ସାଲାଇନ ଷ୍ଟୋରରୁମରୁ ରୋଗୀଙ୍କ ପାଇଁ ଦିଆଯାଇ ଥିବାବେଳେ ସେଥିରୁ ଭୁଲ ବଶତଃ ଗୋଟିଏ ରହିଯାଇଥିବା ନେଇ ଫାର୍ମାସିଷ୍ଟ ମହାଦେବ ରଣା ସଫେଇ ଦେଇଛନ୍ତି । ବଲାଙ୍ଗିର ସିଡିଏମ୍‌ଓ ଏଥିପ୍ରତି ଦୃଷ୍ଟିଦେଇ ଏହି ଘଟଣାରେ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦାବୀ ହେଉଛି ।

Leave A Reply

Your email address will not be published.