ପ୍ରଥମ ଶ୍ରେଣୀରୁ ପିଲା ପଢିବେ ଇଂରାଜୀ ପାଠ

ଭୁବନେ‌ଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ, ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟର ସମ‌ସ୍ତ ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି । ତେବେ ପ୍ରଥମ ପର୍ୟ୍ୟାୟରେ ୧୦୦ଟି ସ୍କୁଲକୁ ଏଥିରେ ସାମିଲ କରାଯିବ। ଏହି ବ୍ୟବସ୍ଥା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.