ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜର ଅଭ୍ୟର୍ଥନା କକ୍ଷ ଠାରେ ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପ୍ରଥମେ ସକାଳ ୭ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୫୦ ଜଣ ଝିଅ ସାଇକେଲ ରାଲୀରେ ବାହାରିଥିଲେ ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଏହି ସାଇକେଲ ରେଲୀକୁ କେଶରୀ ରଙ୍ଗର ଧ୍ୱୟା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ଗୀତ, ମୁଇଯିକ ଚେୟାର, ଡାନ୍ସ ଅନୁଷ୍ଟିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବେଟି ବଚାଓ ବେଟି ପଢାଓର ବାର୍ତ୍ତା ଓ ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ସମୟ ଧାରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜି ଇସଲ୍ଵଵରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାର୍ଯ୍ୟକ୍ରମ ର ବିଭିନ୍ନ ଯୋଜନା ରେ ଯଥା ଆଶୀର୍ବାଦ, ପୃଷ୍ଠପୋଷକତା ରାଶି, ଗ୍ରୀନ୍ ପେସେଜ ସାର୍ଟିଫିକେଟ, ଫୋଷ୍ଟର କେୟାର , ଆଫ୍ଟର୍ କେୟାର ଓ ପୋଷ୍ୟ ସନ୍ତାନ ଗ୍ରହଣରେ ବଲାଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ ଭଲ ପଦକ୍ଷେପ ଗ୍ରହଣ କରି ଯତ୍ନ ଓ ଆବଶ୍ୟକ ଥିବା ଶିଶୁ ମନଙ୍କୁ ସହାୟତା ପ୍ରଦାନ କରିଥିବାରୁ ଆଜି କାର୍ଯ୍ୟକ୍ରମ ସଫଳ ହୋଇଛି, ତେଣୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡକ୍ଟର ବିଜୟାନନ୍ଦ ସେଠୀ ଉପସ୍ଥିତ ରହି ଝିଅ ମାନଙ୍କୁ ୱାଈଫାଇ , ଇନ୍ଷ୍ଟାଗ୍ରମ୍, ଫେସବୁକ୍ ରୁ ଦୂରରେ ରହି କେବଳ ପାଠକୁ ଗୁରୁତ୍ଵ ଦେବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସୁଷମା ମହାପାତ୍ର ଝିଅ ଶିଶୁ ମାନଙ୍କ ସୁରକ୍ଷକବଚର ବାର୍ତ୍ତା ଆବଶ୍ୟକ ସ୍ଥଳେ ଜାରି କରାଯାଇଥିବା ଦେୟ ମୁକ୍ତ ନମ୍ବର କୁ କାଳ କରି ୧୦୯୮,୧୮୧ କୁ କଳ୍ କରିବାକୁ ସମସ୍ତଙ୍କୁ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ବଦଲାବ ମାଧ୍ୟମରେ ଝିଅ ମାନଙ୍କୁ ବାର୍ତ୍ତା ଦେଇ ପ୍ରତିଷ୍ଠିତ ହେବାକୁ ଆହ୍ଵାନ ଦେଇଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାପାଲ ଆରମ୍ଭରେ ବୃକ୍ଷ ରୋପଣ କରି ପ୍ରକୃତିକୁ ସନ୍ତୁଳନ ରକ୍ଷା କରିବାପାଇଁ ବାର୍ତ୍ତା ପ୍ରଦାନ କରିଥିଲେ ଓ କୃତି ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ ଓ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର,ସାମାଜିକ କର୍ମୀ ହରିବନ୍ଧୁ ରାଉତ, ଆନୁଷ୍ଠାନିକ ଅଧିକାରୀ ଆଶିଷ ନାୟକ, ସୁଦାମ ସୁନା, ଡଲି ବେହେରା,ବାଳ ମୁକୁନ୍ଦ ଭିତିରିଆ,କୁନାଲ ମିଶ୍ର, ଚାଇଲ୍ଡ ହେଲ୍ପ ଲାଇନ ଶ୍ରଦ୍ଧା ସିଂ,ଶୁଭମ୍ ଜେନା,ବସନ୍ତ ହରପାଲ, ସୁନ୍ଦର ସ, ସୁଦନ ଖମାରୀ, ଦେବାଶିଷ ପଟେଲ, ପୁଷ୍ପାଞ୍ଜଳି ସୁନା,ଆଶିଷ ଖମାରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସଂଜିକ କର୍ମୀ ଅରୁଣ ଖୁଅସ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.